ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ବ୍ରହ୍ମପୁର : ରାଜ୍ୟରେ ରବିବାର ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲାର ୫୦ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣଙ୍କ କିଛି ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଓ କରୋନା ପଜିଟିଭ ସହ ମଧୁମେହ ଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିକ୍ରମରେ ଗଞ୍ଜାମ ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

Comments are closed.