ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କରୋନ୍ତାରେ ଆକ୍ରାନ୍ତ

ମୁମ୍ବଇ: ଏନସିପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମୁଣ୍ଡେଙ୍କୁ ମିଶାଇ ଉଦ୍ଧବ ଠାକରେ ସରକାରର ମୋଟ ୩ ଜଣ ମନ୍ତ୍ରୀ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହେଲେଣି। ପୂର୍ବରୁ ସଂକ୍ରମିତ ହୋଇଥିବା ୨ ମନ୍ତ୍ରୀ ସୁସ୍ଥ ହୋଇସାରିଛନ୍ତି। କୁହାଯାଉଛି ଯେ, ମୁଣ୍ଡେଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଏବଂ ରୋଷେୟା ମଧ୍ୟରେ ସଂକ୍ରମିତ ହୋଇଛନ୍ତି।

ତେବେ ମୁଣ୍ଡେଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ଦଳର ଅନ୍ୟ କେତେଜଣ ନେତା ଭୟଭୀତ ହୋଇପଡ଼ିଛନ୍ତି। କାରଣ ଗତ ୧୦ ତାରିଖରେ ଏନସିପିର ବାର୍ଷିକ ସମାରୋହରେ ମୁଣ୍ଡେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ ଅନେକ ନେତାଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ସେହି ନେତାମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।

Comments are closed.