କରୋନାରେ ଆଖି ବୁଜିଲେ ‘ସମାଜ’ ପୋଲସରା ପ୍ରତିନିଧି

ବ୍ରହ୍ମପୁର: କରୋନା ମହାମାରୀ ରାଜ୍ୟର ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ଗଂଜାମ ଜିଲା ପୋଲସରା ବ୍ଲକ ‘ସମାଜ’ ପ୍ରତିନିଧି କିଶୋର ଦାସଙ୍କ  ରାତି ୨ ଟା ୩୦ ବେଳେ ଶୀତଳାପଲ୍ଲୀ ସ୍ଥିତ ଟାଟା ହାଇଟେକ କୋଭିଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଆଜକୁ ୧୦ ଦିନ ତଳେ କରୋନା ସଂକ୍ରମିତ ହେବା ପରେ ସପ୍ତାହ ଧରି ସେ କୋଭିଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ତାଙ୍କ ମୃତ୍ୟୁରେ ‘ସମାଜ’ ପରିବାର ସହ ଗଂଜାମ ଜିଲ୍ଲା ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.