ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩,୭୪୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩,୭୪୯କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମରୁ ୬୮, ବାଲେଶ୍ବରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭ ଏବଂ ଝାରସୁଗୁଡାରୁ ୧୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ କେନ୍ଦୁଝର ଓ ନବରଙ୍ଗପୁରରୁ ୧୨ ଜଣ ଲେଖାଏଁ, କଟକରୁ ୧୧, ବରଗଡରୁ ୧୦, ଯାଜପୁର ଏବଂ ଅନୁଗୋଳରୁ ୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ଏବଂ ନୟାଗଡରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।‌

Comments are closed.