ଗଞ୍ଜାମରେ ଆଖିବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଆଉ ଜଣେ କରୋନା ଯୋଦ୍ଧାଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ଜଣଙ୍କ ହେଲେ ଆସିକା କୋଟିନଡା ଫାଣ୍ଡିର କନେଷ୍ଟବଳ ଗୋଲକ ନାୟକ। ଗତ କିଛି ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ କୋଭିଡ଼ ମେଡିକାଲରେ ଚିକିତ୍ସାଧିନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। କନେଷ୍ଟବଳଙ୍କ ନିଜ ଘର ଭଞ୍ଜନଗର ଥାନା ଇଙ୍ଗିନାଠି ଗ୍ରାମରେ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗଞ୍ଜାମ ଜିଲାରେ ୪ ଜଣ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇସାରିଛି। ସେଥି ମଧ୍ୟରେ ଜିଲାରେ ଜଣେ ଯନ୍ତ୍ରୀ, ଶିକ୍ଷକ, ଅଙ୍ଗନବାଡି କର୍ମୀ ଓ ସାମ୍ବାଦିକଙ୍କ ମୃତ୍ୟୁ ହୋଇସାରିଛି।

Comments are closed.