ଓଡ଼ିଶାରେ କରୋନା ସଂକ୍ରମିତ ସଂଖ୍ୟା ୨ – ୧୪ ନମୁନାରୁ ଗୋଟିଏ ବାହାରିଲା ପଜିଟିଭ୍

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମିତ ହୋଇଥିବା ସଂଦିଗ୍ଧଙ୍କ ମଧ୍ୟରୁ ଗୁରୁବାର ପରୀକ୍ଷା ହୋଇଥିବା ୧୪ଟି ନମୁନାରୁ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ରରେ ୧୪ଟି ନମୁନା ପରୀକ୍ଷା ପରେ ମିଳିଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ କାଯାଇଛି। ସମ୍ପୃକ୍ତ କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ କିଛି ଦିନ ତଳେ କରୋନା ସଂକ୍ରମିତ ଦେଶରୁ ଫେରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ମଧ୍ୟ ଗତ ୬ ତାରିଖରେ କରୋନା ସଂକ୍ରମିତ ଇଟାଲିରୁ ଭାରତ ଆସିଥିଲେ।

Comments are closed.