ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ନାଗପୁର : ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୁରତରୁ ଗଞ୍ଜାମ ଆସୁଥିବା ଅମ୍ବିକା ନାମକ ବସଟି ନାଗପୁର-ଅମରାବତୀ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଏହି ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ବସଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣ ପ୍ରବାସୀ ଓଡିଆ ଆହତ ହେବାସହ ବସର ଡ୍ରାଇଭର ଏବଂ ଜଣେ ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଅବରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତ୍ରୀରେ ନାଗପୁର-ଅମରାବତୀ ରାଜପଥରେ ବସଟି ଆସୁଥିବା ସମୟରେ କୌଣସି ଜନ୍ତୁ ବସର ଆଗକୁ ଆସିଯାଇଥିଲା । ଯାହା ଫଳରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ବୋଲି ଜଣାପଡିଛି ।

Comments are closed.