ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ଟପିଲା ୩ ଲକ୍ଷ ୩୫ ହଜାର

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୭, ବରଗଡ଼ରୁ ୧୦, ବାଲେଶ୍ବର ଓ ସୁନ୍ଦରଗଡ଼ରୁ ୮ ଜଣ ଲେଖାଁଏ, ଝାରସୁଗୁଡା, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୬ ଜଣ ଲେଖାଁଏ, ଅନୁଗୋଳ ଓ କଟକରୁ ୪ ଜଣ ଲେଖାଁଏ, ବଲାଙ୍ଗୀର, କନ୍ଧମାଳ ଓ ରାୟଗଡାରୁ ୩ ଜଣ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ, ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଁଏ, ବୌଦ୍ଧ, କୋରାପୁଟ, ନୟାଗଡ, ନୂଆପଡା ଓ  ସୁବର୍ଣ୍ଣପୁର ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦ରେ ପହଞ୍ଚିଛି।

Comments are closed.