ଆଉ ୮୯ ଜଣ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୬ ହଜାର ୫୭୧କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୮୯ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୫୭୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଆଜି କଟକରୁ ସର୍ବାଧିକ ୨୫ ଜଣ, ବରଗଡ଼, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୯ ଜଣ ଲେଖାଁଏ, ଯାଜପୁର , ଝାରସୁଗୁଡା ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଁଏ, ଅନୁଗୋଳ ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ ଏବଂ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡରୁ ୨, ବାଲେଶ୍ବର, ନୂଆପଡା, ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୫୭୧ ରେ ପହଞ୍ଚିଛି ।

Comments
Loading...