ଆଉ ୮୮ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୯୦କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୯୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୪, ଯାଜପୁରୁ ୧୩, ବାଲେଶ୍ବର ଓ ଖୋର୍ଦ୍ଧାରୁ ୯ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୮, ବରଗଡ଼ ଓ ବଲାଙ୍ଗୀରରୁ ୬ ଜଣ ଲେଖାଁଏ, ଝାରସୁଗୁଡା, ପୁରୀ ଓ ସୁବର୍ଣ୍ଣପୁରରୁ ୪ ଜଣ ଲେଖାଁଏ, ଅନୁଗୋଳ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୨, ବୌଦ୍ଧ, କଟକ, କଳାହାଣ୍ଡି, ନୂଆପଡା  ଏବଂ ଷ୍ଟେଟ ପୁଲରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୯୦ ରେ ପହଞ୍ଚିଛି।

Comments
Loading...