ଆଉ ୮୫୧୬ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ବୃଦ୍ଧି

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ଆଉ ୮୫୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୧୮, କଟକରୁ ୭୩୮,ବାଲେଶ୍ୱରରୁ ୫୬୪, ମୟୂରଭଞ୍ଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡରୁ ୪୭୩, ପୁରୀରୁ ୪୩୭, ରାୟଗଡାରୁ ୩୬୯ ଏବଂ ଜଗତସିଂହପୁର ୨୫୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ବୌଦ୍ଧରୁ ୨୫୪, ନୟାଗଡ଼ରୁ ୨୨୪, କେନ୍ଦ୍ରାପଡ଼ାରୁ ୨୨୧, ନବରଙ୍ଗପୁରରୁ ୨୧୫, ଅନୁଗୋଳରୁ ୨୦୩, କଳାହାଣ୍ଡିରୁ ୧୮୨, ବରଗଡ଼ରୁ ୧୮୧, କେନ୍ଦୁଝରରୁ ୧୭୩, କୋରାପୁଟରୁ ୧୬୮, ସମ୍ବଲପୁରରୁୁ ୧୬୦, ଭଦ୍ରକରୁ ୧୪୪, ସୁବର୍ଣ୍ଣପୁରରୁ ୧୩୨, ମାଲକାନଗିରିରୁ ୯୯, ବଲାଙ୍ଗିରରୁ ୮୯ ଓ ଝାରସୁଗୁଡାରୁ ୮୦ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ରୁ ୭୧, କନ୍ଧମାଳରୁ ୭୦, ଗଜପତିରୁ ୫୬, ନୂଆପଡ଼ାରୁ ୫୦, ଗଞ୍ଜାମରୁ ୪୯ ଏବଂ ଷ୍ଟେଟ ପୁଲରୁ ୧୮୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮ରେ ପହଞ୍ଚିଛି।

Comments are closed.