ସୁସ୍ଥ ହେଲେ ଆଉ ୮୪ କରୋନା ଆକ୍ରାନ୍ତ, ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୭୩୩କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟ​‌ରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୩୩କୁ ବୃଦ୍ଧି ପାଇଛି। ସୁସ୍ଥ ହୋଇଥିବା ୮୪ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି- ଗଞ୍ଜାମ ଜିଲାରୁ ୨୪ ଜଣ, ଯାଜପୁରରୁ ୧୮, ବାଲେଶ୍ଵରରୁ ୧୧, କଟକରୁ ୭, ଭଦ୍ରକ ୬, କେନ୍ଦ୍ରାପଡା ୫, ଖୋର୍ଦ୍ଧା ଓ ପୁରୀରୁ ୪ଜଣ ଲେଖାଏଁ, ନୟାଗଡ଼ ଓ ମୟୁରଭଞ୍ଜରୁ ୨ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ ଜିଲାରୁ ଜଣେ ଆକ୍ରାନ୍ତ ସସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.