ଆଉ ୮୧ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୨୨୦କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର  ରାଜ୍ୟରୁ ଆଉ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୨୨୦ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩, ସୁନ୍ଦରଗଡ଼ରୁ ୧୦, ବାଲେଶ୍ବରରୁ ୭, ବରଗଡ଼ ଓ ଝାରସୁଗୁଡା, ନୂଆପଡା ଓ ସମ୍ବଲପୁରରୁ ୫ ଜଣ ଲେଖାଁଏ, କଟକ, ପୁରୀ ଓ ସୁବର୍ଣ୍ଣପୁରରୁ ୪ ଜଣ ଲେଖାଁଏ, ରାୟଗଡାରୁ ୩ ଏବଂ ଗଞ୍ଜାମରୁ ୨ ଜଣ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଁଏ, ଅନୁଗୋଳ, ବଲାଙ୍ଗୀର, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା ଓ କେନ୍ଦୁଝରରୁ ଜଣେ ଲେଖାଁଏ  ଏବଂ ଷ୍ଟେଟ ପୁଲରୁ  ୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୨୨୦ କୁ ବୃଦ୍ଧି ପାଇଛି ।

Comments are closed.