ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ହୁ ହୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରୁ ଆଜି ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ମୃତ୍ୟୁ ବରଣ କରିଥିବା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୪ଜଣ, ନୟାଗଡ଼, ଖୋର୍ଦ୍ଧା, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ଗଞ୍ଜାମରୁ ଆଜି ୪ ଜଣଙ୍କ ମୃତ୍ୟୁ ସହ ଜିଲାରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ଖୋର୍ଦ୍ଧାରୁ ଆଜି ଜଣଙ୍କର ମୃତ୍ୟୁ ସହ ଜିଲାରେ ୨୨ରେ ପହଞ୍ଚିଛି ମୋଟ୍ ମୃତ୍ୟୁ ସଂଖ୍ୟା । ସେହିପରି ଗଜପତି ଜିଲାରୁ ୧ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ସହ ଜିଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି।

Comments are closed.