ଆଉ ୭୬୬୪ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୭୬୬୪ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୩୯ ହଜାର ୩୨୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୬୧, ପୁରୀରୁ ୫୧୨, କଟକରୁ ୫୦୯, ସୁନ୍ଦରଗଡ଼ରୁ ୪୭୩, ଅନୁଗୋଳରୁ ୪୬୪, ବଲାଙ୍ଗୀରରୁ ୪୬୧, ଝାରସୁଗୁଡ଼ାରୁ ୪୩୭, ନୂଆପଡ଼ାରୁ ୩୫୩, ବରଗଡ଼ରୁ ୩୩୪, ନବରଙ୍ଗପୁରରୁ ୩୩୦ ଓ ସମ୍ବଲପୁରରୁ ୩୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୨୯୦, କଳାହାଣ୍ଡିରୁ ୨୮୯, ମୟୂରଭଞ୍ଜରୁ ୨୨୦, ରାୟଗଡାରୁ ୧୯୨, ଗଞ୍ଜାମରୁ ୧୬୧, କେନ୍ଦୁଝରରୁ ୧୫୪, ନୟାଗଡରୁ ୧୪୦, ସୁବର୍ଣ୍ଣପୁରରୁ ୧୨୨, ଜଗତସିଂହପୁରରୁ ୧୧୪, କୋରାପୁଟରୁ ୯୯, ବାଲେଶ୍ବରରୁ ୯୭, ଭଦ୍ରକରୁ ୯୧, ଗଜପତିରୁ ୭୮, କେନ୍ଦ୍ରାପଡାରୁ ୭୭ ଓ ଦେବଗଡରୁ ୭୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ଅନ୍ୟ ପକ୍ଷରେ କନ୍ଧମାଳରୁ ୪୫, ମାଲକାନଗିରିରୁ ୩୧, ଢେଙ୍କା​‌ନାଳରୁ ୨୨, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୧୯୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ୍ୟ ୩୯ ହଜାର ୩୨୨ରେ ପହଞ୍ଚିଛି।

Comments are closed.