ଖୁସି ଖବର : ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ, ୭୬୬ ସକ୍ରିୟ ମାମଲା

ଆରୋଗ୍ୟଙ୍କ ସଂଖ୍ୟା ୮୮୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର । ଗୁରୁବାର ରାଜ୍ୟରୁ ଆଉ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୮୮୭କୁ ବୃଦ୍ଧି ପାଇଛି । ଫଳରେ ଏବେ ରାଜ୍ୟରେ ଆରେଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କଠାରୁ ସକ୍ରିୟ ମାମଲା ସଂଖ୍ୟା କମ୍ ରହିଛି । ଆଜି ଅପରାହ୍ନରେ ଏହି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ଥିବା ବେଳେ ସକ୍ରିୟ ମାମଳା ସଂଖ୍ୟା ୭୬୬ ରହିଛି । ୮୮୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ସକ୍ରିୟ ମାମଲା ଅପେକ୍ଷା ଅଧିକ ଲୋକ ଆରୋଗ୍ୟ ହେବା ରାଜ୍ୟରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ବଡ଼ ସଫଳତା । ଯାହାଦ୍ବାରା ଓଡ଼ିଶା ସାରା ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଯାଜପୁରରୁ ୨୫ଜଣ, ଗଞ୍ଜାମରୁ ୧୯, କଟକରୁ ୯ଜଣ ଓ ପୁରୀରୁ ୮ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡ ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦିଆଯାଇଛି ।

Comments are closed.