୭୨୮ କରୋନା ଆକ୍ରାନ୍ତ ସୁସ୍ଥ : ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୬ ହଜାର ନିକଟତର

ଭୁବନେଶ୍ବର : ଶନିବାର ରାଜ୍ୟରେ  ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଆରୋଗ୍ୟ ସଂଖ୍ୟା ୧୬ ହଜାର ନିକଟତର ହୋଇଛି। ଆଜି  ଗଞ୍ଜାମ ଜିଲାରୁ ସର୍ବାଧିକ ୩୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯, କଟକରୁ ୪୩ ଓ ବାଲେଶ୍ବରରୁ ୩୩ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଞ୍ଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁର ଓ ନୟାଗଡ଼ରୁ ୧୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁରରୁ ୧୧, ମାଲକାନଗିରିରୁ ୧୦, ବରଗଡ, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡରୁ ୭ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା, ଏବଂ ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ବୌଦ୍ଧ ଓ କେନ୍ଦୁଝରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୯୨୮କୁ ବୃଦ୍ଧି ପାଇଛି।

Comments are closed.