ଆଉ ୭୧ ଜଣ କରୋନା ଅକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୭୧ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ବରଗଡ଼ରୁ ସର୍ବାଧିକ ୧୦ ଜଣ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୯ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୭, ବାଲେଶ୍ବର, କଟକ ଓ ଯାଜପୁରରୁ ୫ ଜଣ ଲେଖାଁଏ, ନବରଙ୍ଗପୁର ଓ ରାୟଗଡାରୁ ୪ ଜଣ ଲେଖାଁଏ, ଜଗତସିଂହପୁର ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ଏବଂ ଗଞ୍ଜାମରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୂଆପଡାରୁ ୨, କେନ୍ଦୁଝରରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୩୭ ରେ ପହଞ୍ଚିଛି।

Comments are closed.