ଆଉ ୭୧ କରୋନା ଅକାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୩୮କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୭୧ ଜଣ କରୋନା ଅକାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୩୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧, ବରଗଡ଼ ଓ ସମ୍ବଲପୁରରୁ ୮ ଜଣ ଲେଖାଁଏ, କଟକରୁ ୭, ବଲାଙ୍ଗୀରରୁ ୬, ସୁନ୍ଦରଗଡ଼ରୁ ୫, ଦେବଗଡ ଓ ଯାଜପୁରରୁ ୪ ଜଣ ଲେଖାଁଏ, ଝାରସୁଗୁଡା ଓ ମୟୂରଭଞ୍ଜରୁ ୩ ଜଣ ଲେଖାଁଏ, ବାଲେଶ୍ବର, ଓ ରାୟଗଡାରରୁ ୨ ଜଣ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୋଳ, ଭଦ୍ରକ, ବୌଦ୍ଧ, କେନ୍ଦ୍ରାପଡା, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୨ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୩୮ରେ ପହଞ୍ଚିଛି।

 

Comments
Loading...