ଆଉ ୬୮୧ କରେନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟଙ୍କ ସଂଖ୍ୟା ୨୧,୯୫୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରୁ ରବିବାର ଆଉ ୬୮୧ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୧,୯୫୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି କଟକରୁ ସର୍ବାଧିକ ୯୧, ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡ଼ରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦ ଓ ଢେଙ୍କାନାଳରୁ ୧୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି କେନ୍ଦୁଝରରୁ ୧୮, ଭଦ୍ରକରୁ ୧୬, ସମ୍ବଲପୁରରୁୁ ୧୫, ଜଗତସିଂହପୁର ଓ ଯାଜପୁରରୁୁ ୧୪ ଜଣ, ଦେବଗଡ଼ରୁ ୧୩, ପୁରୀ ଓ ମୟୂରଭଞ୍ଜରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା ଓ କଳାହାଣ୍ଡିରୁ ୭ ଜଣ ଲେଖାଏଁ, ବଲାଙ୍ଗୀରରୁ ୬, ବାଲେଶ୍ୱର, ଅନୁଗୋଳ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୪ ଜଣ ଏବଂ ବୌଦ୍ଧରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

 

Comments are closed.