ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୪,୩୯୨

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୪,୩୯୨କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୪୪, ବାଲେଶ୍ବରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ଼ ଓ କନ୍ଧମାଳରୁ  ୧୪ ଜଣ ଲେଖାଏଁ, ଢେଙ୍କାନାଳ ଓ କେନ୍ଦୁଝରରୁ ୧୧ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୮, ଗଜପତିରୁ ୬,ବଲାଙ୍ଗୀର ଓ ଝାରସୁଗୁଡାରୁ ୫ ଜଣ ଲେଖାଏଁ, ଯାଜପୁର ଏବଂ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା ଓ କୋରାପୁଟର ୩ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁରରୁ ୨ ଜଣ ଏବଂ ଅନୁଗୋଳରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.