ସୁସ୍ଥ ହେଲେ ଆଉ ୬୪ ଜଣ କରୋନା ଅକାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୬୭କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୬୪ ଜଣ କରୋନା ଅକାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୬୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୨, ସୁନ୍ଦରଗଡ଼ରୁ ୧୧, ବରଗଡ ଓ ବଲାଙ୍ଗୀରରୁ ୬ ଜଣ ଲେଖାଁଏ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, ଯାଜପୁର ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଁଏ, ବାଲେଶ୍ବର, କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜାରୁ ୨ ଜଣ ଲେଖାଁ, କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଁଏ, ଅନୁଗୋଳ, ଗଜପତି, ଝାରସୁଗୁଡା, କଳାହାଣ୍ଡି ଏବଂ ରାୟଗଡାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୬୭ରେ ପହଞ୍ଚିଛି।

Comments
Loading...