ଆଉ ୬୧୦ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୩୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୬୧୦ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ନୂଆପଡ଼ାରୁ ସର୍ବାଧିକ ୧୨୦, ଖୋର୍ଦ୍ଧାରୁ ୧୦୨, ସୁନ୍ଦରଗଡ଼ରୁ ୮୦, ବରଗଡ଼ରୁ ୪୩, ଝାରସୁଗୁଡ଼ାରୁ ୨୯, କଟକରୁ ୨୮, କେନ୍ଦୁଝରରୁ ୨୫, କଳାହାଣ୍ଡିରୁ ୨୪, ସମ୍ବଲପୁରରୁ ୨୧, ଗଞ୍ଜାମରୁ ୧୮ ଏବଂ ପୁରୀରୁ ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଯାଜପୁରରୁ ୧୪, ବଲାଙ୍ଗୀରରୁ ୧୨, ବାଲେଶ୍ବରରୁ ୧୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୋଳ ଓ କୋରାପୁଟରୁ ୫ ଜଣ ଲେଖାଁଏ, ଭଦ୍ରକରୁ ୩, ଗଜପତି ଓ ରାୟଗଡାରୁ ୨ ଜଣ ଲେଖାଁଏ, ବୌଦ୍ଧ, ଦେବଗଡ, କନ୍ଧମାଳ ଓ କେନ୍ଦ୍ରାପଡାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୨୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୩୩ରେ ପହଞ୍ଚିଛି ।

 

Comments
Loading...