ଆଉ ୬୧ କରୋନା ଅକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୭କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୬୧ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ଅନୁଗୋଳ ଓ ସମ୍ବଲପୁରରୁ ୯ ଜଣ ଲେଖାଁଏ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଁଏ, ଖୋର୍ଦ୍ଧାରୁ ୫, ବାଲେଶ୍ବର ଓ ଗଞ୍ଜାମରୁ ୪ ଜଣ ଲେଖାଁଏ, ଗଜପତି ଓ ଯାଜପୁରରୁ ୩ ଜଣ ଲେଖାଁଏ, କଟକ, କେନ୍ଦୁଝର ଓ ପୁରୀରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ରାୟଗଡାରୁ ୨, ବରଗଡ଼, ବଲାଙ୍ଗୀର, ଦେବଗଡ ଓ ନୂଆପଡାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୭ରେ ପହଞ୍ଚିଛି।

Comments are closed.