ସୁସ୍ଥ ହେଲେ ଆଉ ୬୦୫ ଜଣ କରୋନା ଆକ୍ରାନ୍ତ : ୩ ଲକ୍ଷ ୧୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି କଟକ ଓ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୬୭ ଜଣ ଲେଖାଁଏ, ଅନୁଗୋଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡ଼, ବଲାଙ୍ଗୀର ନୂଆପଡ଼ାରୁ  ୨୦ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୧୭, ପୁରୀରୁ ୧୫, ଝାରସୁଗୁଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଁଏ, ବାଲେଶ୍ବର ଓ ଜଗତସିଂହପୁରରୁ ୧୨ ଜଣ ଲେଖାଁଏ, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡ଼ ଓ ରାୟଗଡ଼ାରୁ ୪ ଜଣ ଲେଖାଁଏ, ବୌଦ୍ଧ, ଗଜପତି, କୋରାପୁଟ ଓ ମାଲକାନଗିରିରୁ ୩ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ନବରଙ୍ଗପୁରରୁ ୩,  ସୁବର୍ଣ୍ଣପୁର ଓ ଦେବଗଡ଼ରୁ ୨ ଜଣ ଲେଖାଁଏ ଏବଂ ଷ୍ଟେଟ୍ ପୁଲରୁ ୧୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦ କୁ ବୃଦ୍ଧି ପାଇଛି।

Comments are closed.