ଆଉ ୫୮ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪କୁ ବୃଦ୍ଧି

ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୫୮ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୦, କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଁଏ, ଅନୁଗୋଳରୁ ୫, ବରଗଡ଼ ଓ ଯାଜପୁରରୁ ୪ ଜଣ ଲେଖାଁଏ, ଗଞ୍ଜାମରୁ ୩, ନୟାଗଡ, ନୂଆପଡା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୨୪କୁ ବୃଦ୍ଧି ପାଇଛି।

Comments are closed.