ଆଉ ୫୩୮ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୦୦କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୫୩୮ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୦୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୫, ସୁନ୍ଦରଗଡ଼ରୁ ୭୩, କଳାହାଣ୍ଡିରୁ ୬୪, ନୂଆପଡ଼ାରୁ ୬୨, ବଲାଙ୍ଗୀରରୁ ୩୫, କଟକରୁ ୨୬, ଝାରସୁଗୁଡ଼ାରୁ ୨୫, କେନ୍ଦୁଝରରୁ ୨୦, ବରଗଡ଼ରୁ ୧୯, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୧୫ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ରାୟଗଡାରୁ ୧୪, ଅନୁଗୋଳରୁ ୧୨, ଯାଜପୁର, ନୟାଗଡ ଓ ପୁରୀରୁ ୧୧ ଜଣ ଲେଖାଁଏ, ସମ୍ବଲପୁରରୁ ୧୦,  ଗଞ୍ଜାମରୁ ୮, ବାଲେଶ୍ବରରୁ ୫, ଭଦ୍ରକରୁ ୪, କନ୍ଧମାଳରୁ ୩, ମାଲକାନଗିରିରୁ ୨, ଜଗତସିଂହପୁର ଓ କୋରାପୁଟରୁ ଜଣେ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୧୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୦୦ରେ ପହଞ୍ଚିଛି ।

 

Comments
Loading...