ରାଜ୍ୟ ପାଇଁ ଖୁସି ଖବର : ସୁସ୍ଥ ହେଲେ ୫୩ କରୋନା ଆକ୍ରାନ୍ତ, ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ୫୩ଜଣ କରୋନା ଆକ୍ରାନ୍ତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଆରୋଗ୍ୟ ଲାଭ କରି ଘରକୁ ପେରିଥିବା ରୋଗୀଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ପାଇଛି ।

ଗଞ୍ଜାମରୁ ୩୦ ଜଣ, ଯାଜପୁରରୁ ୧୮ ଜଣ, ଖୋର୍ଦ୍ଧାରୁ ୩ଜଣ ଏବଂ କେନ୍ଦୁଝରରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫ ଥିବାବେଳେ, ଆରୋଗ୍ୟଙ୍କ ସଂଖ୍ୟା ୫୫୦ ଓ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛି । ୭୭୮ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Comments are closed.