ଅକ୍ଟୋବର ସୁଦ୍ଧା ଆଉ ୫ଟିକାକୁ ଅନୁମତି

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣକୁ ସାର୍ବଜନୀନ କରିବା ନିମନ୍ତେ ସରକାର ଅଧିକରୁ ଅଧିକ ଟିକାକୁ ବ୍ୟାବହାରିକ ଅନୁମତି ଦେବାକୁ ଯାଉଛନ୍ତି। ବର୍ତ୍ତମାନ କୋଭାକ୍ସିନ ଓ କୋଭିସିଲ୍ଡ ଦୁଇଟି ଟିକାକୁ ବ୍ୟାବହାରିକ ଅନୁମତି ଦିଆଯାଇଛି। ଆଗାମୀ ଅକ୍ଟୋବର ସୁଦ୍ଧା ଆଉ ୫ଟି ଟିକାକୁ ବ୍ୟାବହାରିକ ଅନୁମତି ଦିଆଯିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏହି ଟିକାଗୁଡିକ ହେଲା ସ୍ପୁଟନିକ୍-୫, ଜନ୍‌ସନ୍ ଆଣ୍ଡ ଜନସନ୍‌, ନୋଭାଭାକ୍ସ, ଜାଇଡସ୍ କାଡିଲା ଓ ଇଣ୍ଟ୍ରାନାଜାଲ। ଟିକାର ସୁରକ୍ଷା ଓ
ପ୍ରଭାବକୁ ବିଚାର କରି ବ୍ୟାବହାରିକ ଅନୁମତି ଦିଆଯିବ। ତେବେ ଆଗାମୀ ୧୦ଦିନ ମଧ୍ୟରେ ସ୍ପୁଟନିକ୍-୫କୁ ବ୍ୟାବହାରିକ ଅନୁମତି ଦିଆଯିବାର ସମ୍ଭାବନା ରହିଛି। ରୁଷ୍‌ ଦ୍ବାରା ପ୍ରସ୍ତୁତ ଟିକା ସ୍ପୁଟନିକ୍-୫କୁ ଡକ୍ଟର ରେଡିସ୍ କମ୍ପାନୀ ଭାରତରେ ବିକଶିତ କରିଛି। କରୋନାର ପ୍ରାୟ ୨୦ଟି ଟିକା ବିଭିନ୍ନ ପର୍ଯ୍ୟାୟ ପରୀକ୍ଷାରେ ରହିଛି।

Comments are closed.