ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ରେ ପହଞ୍ଚିଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ଆଜି ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗୀରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ବରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ ୧୩ ଜଣ ଲେଖାଏଁ ଓ ଯାଜପୁରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତି ଜିଲ୍ଲାରୁ ୧୦, ଅନୁଗୋଳରୁ ୯, କେନ୍ଦ୍ରାପଡାରୁ ୬, କୋରାପୁଟରୁ ୪, କଟକରୁ ୩, ଭଦ୍ରକରୁ ୨, ମୟୂରଭଞ୍ଜ, ନୟାଗଡ, ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.