ଆଉ ୪୫୨୧ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୭୫ ହଜାର ଟପିଲା

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୪୫୨୧ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାର ୭୨୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧, ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗୀରରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩, ସମ୍ବଲପୁରରୁ ୨୪୧, ପୁରୀରୁ ୧୯୨, ବରଗଡ଼ରୁ ୧୯୧ ଓ ଝାରସୁଗୁଡ଼ାରୁ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୂରଭଞ୍ଜରୁ ୮୬, କେନ୍ଦ୍ରାପଡା ଓ ରାୟଗଡାରୁ ୮୫ ଜଣ ଲେଖାଁଏ, ନୟାଗଡରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୋଳ, ଭଦ୍ରକ ଓ ଗଜପତିରୁ ୪୩ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ୪୨, ବାଲେଶ୍ବରରୁ ୩୯, କୋରାପୁଟରୁ ୨୭ ଓ ଦେବଗଡରୁ ୨୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟ ପକ୍ଷରେ କନ୍ଧମାଳରୁ ୨୦, ଢେଙ୍କା​‌ନାଳର ୧୯, ମାଲକାନଗିରିରୁ ଜଣେ  ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ୍ୟ ୭୫ ହଜାର ୭୨୧ରେ ପହଞ୍ଚିଛି।

Comments are closed.