ଆଉ ୪୧୦୧ ଜଣ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୩୭ ହଜାର ୫୬୭କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ​୪୧୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୩୭ ହଜାର ୫୬୭ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୮୨, କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗୀରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡାରୁ ୧୩୨, ସୁବର୍ଣ୍ଣପୁରରୁ ୧୨୧, ଜଗତସିଂହପୁର ଓ ନବରଙ୍ଗପୁରରୁ ୧୧୫ ଜଣ ଲେଖାଏଁ ଏବଂ ନୂଆପଡାରୁ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳରୁ ୧୦୨,  ଗଞ୍ଜାମରୁ ୯୮, ବରଗଡ଼ରୁ ୯୪, ରାୟଗଡାରୁ ୮୯, ବାଲେଶ୍ବରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକ ଓ କେନ୍ଦୁଝରରୁ ୭୭ ଜଣ ଲେଖାଏଁ, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡ଼ରୁ ୪୭, ବୌଦ୍ଧରୁ ୩୮ ଏବଂ ମାଲକାନଗିରିରୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୨୫, ସୁନ୍ଦରଗଡ଼ରୁ ୨୩, ଅନୁଗୋଳରୁ ୧୬, ଦେବଗଡ଼ରୁ ୧୦ ଓ ଷ୍ଟେଟପୁଲରୁ ୩୨୦ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭ କୁ ବୃଦ୍ଧି ପାଇଛି।

Comments are closed.