ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧୯୮୧୯୪କୁ ବୃଦ୍ଧି

ଭୁବନେଶ୍ୱର : ଶନିବାର ରାଜ୍ୟରୁ ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୧୯୮୧୯୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୪୮, କଟକରୁ ୫୨୧, ଅନୁଗୋଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ ୧୬୭, ଜଗତସିଂହପୁର ଓ ନୂଆପଡାରୁ ୧୫୨ ଜଣ ଜଣ ଲେଖାଏଁ, ବରଗଡ଼ରୁ ୧୪୧, ନବରଙ୍ଗପୁରରୁ ୧୩୫ ଏବଂ ସମ୍ବଲପୁରରୁୁ ୧୨୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡାରୁ ୯୧, ବଲାଙ୍ଗିରରୁ ୮୧, ମାଲକାନଗିରି ଓ କେନ୍ଦୁଝରରୁ ୬୫ ଜଣ ଲେଖାଁଏ, ରାୟଗଡା ଓ ସୁବର୍ଣ୍ଣପୁରରୁ ୬୧ ଜଣ ଲେଖାଁଏ, ଗଞ୍ଜାମ, କଳାହାଣ୍ଡି ଏବଂ କୋରାପୁଟରୁ ୬୦ ଜଣ ଲେଖାଁଏ ଓ ବୌଦ୍ଧରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଢେଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୪୯ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୧୯୮୧୯୪କୁ ବୃଦ୍ଧି ପାଇଛି।

Comments are closed.