ସୁସ୍ଥ ହେଲେ ଆଉ ୩୮୯ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୧୯ ହଜାର ୪୫୮କୁ ବୃଦ୍ଧି

ଭୁବନେଶ୍ବର : ସେମବାର ରାଜ୍ୟରୁ ଆଉ ୩୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୪୫୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪୨, ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୂରଭଞ୍ଜରୁ ୨୮, ଅନୁଗୋଳରୁ ୨୪, ବରଗଡ଼ରୁ ୨୧, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝରୁ ୧୮, କେନ୍ଦ୍ରାପଡା ଓ ନୂଆପଡାରୁ ୧୭ ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀରୁ ୧୪, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, ବାଲେଶ୍ବରରୁ ୯, ଯାଜପୁର ଓ ଝାରସୁଗୁଡାରୁ ୭ ଜଣ ଲେଖାଁଏ, ଦେବଗଡ଼ ଓ କୋରାପୁଟରୁ ୫  ଜଣ ଲେଖାଁଏ,  ନୟାଗଡ଼ ଓ  ରାୟଗଡ଼ାରୁ ୪ ଜଣ ଲେଖାଁଏ, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲରୁ ୧୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୪୫୮ କୁ ବୃଦ୍ଧି ପାଇଛି।

 

Comments are closed.