ସୁସ୍ଥ ହେଲେ ଆଉ ୩୮୮୫ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୨୪,୨୭୩କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୩୮୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୨୪,୨୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ ୧୧୪୩, କଟକରୁ ୩୨୫, ପୁରୀରୁ ୧୯୩, ଝାରସୁଗୁଡାରୁ ୧୫୯, ବାଲେଶ୍ବରରୁ ୧୩୩, ମୟୂରଭଞ୍ଜରୁ ୧୨୯, ଯାଜପୁରରୁ ୧୨୬, କେନ୍ଦୁଝରରୁ ୧୨୪, କେନ୍ଦ୍ରାପଡାରୁ ୧୨୨ ଓ ସୁନ୍ଦରଗଡ଼ରୁ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କଳାହାଣ୍ଡିରୁ ୧୧୨, ବଲାଙ୍ଗୀରରୁ ୧୦୩, ବରଗଡ଼ରୁ ୮୧, ନୂଆପଡାରୁ ୮୦, ଢେଙ୍କାନାଳରୁ ୭୯, ଜଗତସିଂହପୁର ଓ ସମ୍ବଲପୁରରୁ ୭୨ ଜଣ ଲେଖାଏଁ, ରାୟଗଡାରୁ ୭୦, ଭଦ୍ରକରୁ ୬୪, କନ୍ଧମାଳରୁ ୫୯, ନବରଙ୍ଗପୁରରୁ ୫୬, ନୟାଗଡ଼ରୁ ୫୨, ସୁବର୍ଣ୍ଣପୁରରୁ ୫୦, କୋରାପୁଟ ଓ ଗଞ୍ଜାମରୁ ୪୨ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ମାଲକାନଗିରିରୁ ୨୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ତେବେ ଅନୁଗୋଳରୁ ୧୯, ଦେବଗଡ଼ରୁ ୧୬, ଗଜପତିରୁ ୧୫   ଓ ଷ୍ଟେଟ ପୁଲରୁ ୧୬୮ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୪ ହଜାର ୨୭୩କୁ ବୃଦ୍ଧି ପାଇଛି।

Comments are closed.