ଆଉ ୩୭୬ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୫୮୪କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୩୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୫୮୪ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦, ଅନୁଗୋଳରୁ ୪୮, ସୁନ୍ଦରଗଡ଼ରୁ ୪୩, ବାଲେଶ୍ବର ଓ କଟକରୁ ୨୩ ଜଣ ଲେଖାଁଏ, ପୁରୀରୁ ୨୨, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିରୁ ୧୯ ଜଣ ଲେଖାଁଏ, ମୟୂରଭଞ୍ଜରୁ ୧୮ ଓ ସମ୍ବଲପୁରରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡାରୁ ୧୧,  ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଯାଜପୁରରୁ ୮, ଜଗତସିଂହପୁରରୁ ୭, ଭଦ୍ରକ ଓ କେନ୍ଦ୍ରାପଡାରୁ ୫ ଜଣ ଲେଖାଁଏ, ଢେଙ୍କାନାଳରୁ ୩, ବୌଦ୍ଧ, ନବରଙ୍ଗପୁର ନୟାଗଡ଼ ଓ  ରାୟଗଡ଼ାରୁ ୨ ଜଣ ଲେଖାଁଏ, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୫୮୪କୁ ବୃଦ୍ଧି ପାଇଛି।

 

Comments are closed.