ସୁସ୍ଥ ହେଲେ ଆଉ ୩୫୮ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୨୦୮କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୨୦୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ  ସର୍ବାଧିକ ୪୩, ସୁନ୍ଦରଗଡ଼ରୁ  ୩୬, ଅନୁଗୋଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡ଼, ବଲାଙ୍ଗୀର ଓ ଭଦ୍ରକରୁ ୧୯ ଜଣ ଲେଖାଁଏ, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ବରରୁ ୧୫ ଏବଂ କେନ୍ଦୁଝରୁ  ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୬ ଜଣ ଲେଖାଁଏ, ଗଞ୍ଜାମ ଓ ନବରଙ୍ଗପୁରରୁ ୫ ଜଣ ଲେଖାଁଏ, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳ, କୋରାପୁଟ ଓ ଗଜପତିରୁ ୨ ଜଣ ଲେଖାଁଏ, ନୟାଗଡ଼ ଓ  ରାୟଗଡ଼ାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୨୦୮କୁ ବୃଦ୍ଧି ପାଇଛି।

 

Comments are closed.