ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨,୧୩,୬୭୨କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରୁ ବୁଧବାର ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨,୧୩,୬୭୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୭୧, କଟକରୁ ୨୯୨ ଓ ପୁରୀରୁ ୨୫୪ ଓ ଷ୍ଟେଟ ପୁଲରୁ ୨୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଅନୁଗୋଳରୁ ୧୭୫, ଯାଜପୁରରୁ ୧୬୬, ବରଗଡ଼ରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ଵରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗୀରରୁ ୧୦୪ ଓ କେନ୍ଦୁଝରରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟ ପକ୍ଷରେ କେନ୍ଦ୍ରାପଡାରୁ ୯୯, ଜଗତସିଂହପୁର ଓ ଝାରସୁଗୁଡାରୁ ୮୪  ଜଣ ଲେଖାଏଁ, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳ ଓ କନ୍ଧମାଳରୁ  ୬୧ ଜଣ ଲେଖାଏଁ, ମାଲକାନଗିରିରୁ ୫୮,ଭଦ୍ରକ ଓ ସୁବର୍ଣ୍ଣପୁରରୁ ୫୬ ଜଣ ଲେଖାଏଁ, ସୁନ୍ଦରଗଡରୁ ୫୪, କଳାହାଣ୍ଡି ଓ ରାୟଗଡାରୁ  ୪୧ ଜଣ ଲେଖାଏଁ ଏବଂ କୋରାପୁଟରୁ ୩୫ ଜଣ ସୁସ୍ଥ ହୋଇଛନ୍ତି।

ତେବେ ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧ ଓ ଦେବଗଡରୁ ୧୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨,୧୩,୬୭୨ରେ ପହଞ୍ଚିଛି।

Comments are closed.