ସୁସ୍ଥ ହେଲେ ଆଉ ୩୩୧୨: ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨,୧୬,୯୮୪

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୩୩୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୧୬,୯୮୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୮, କଟକରୁ ୨୬୨, ବାଲେଶ୍ବରରୁ ୧୫୩, ନୂଆପଡାରୁ ୧୫୧, ଝାରସୁଗୁଡାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ ୧୧୨, ବଲାଙ୍ଗୀରରୁ ୧୦୯ ଏବଂ ମାଲକାନଗିରିରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୯୮, କେନ୍ଦ୍ରାପଡାରୁ ୮୮, ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟ ଓ ନୟାଗଡ଼ରୁ ୬୯ ଜଣ ଲେଖାଏଁ, ଢେଙ୍କାନାଳରୁ ୬୮,  ଜଗତସିଂହପୁରରୁ ୬୪, ସୁନ୍ଦରଗଡ଼ରୁ ୬୩, ଭଦ୍ରକରୁ ୬୨, ବରଗଡ଼ରୁ ୬୧, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୁବର୍ଣ୍ଣପୁରରୁ ୪୮ ଓ ଗଞ୍ଜାମରୁ ୪୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ବୌଦ୍ଧରୁ ୩୯, ରାୟଗଡାରୁ ୩୪, ଗଜପତିରୁ ୧୬, ଦେବଗଡ଼ରୁ ୧୨ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ,୧୬ ହଜାର ୯୮୪ କୁ ବୃଦ୍ଧି ପାଇଛି।

Comments
Loading...