ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୮୭,୩୫୧କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୩୨୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭ ହଜାର ୩୫୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୧୧, ଗଞ୍ଜାମରୁ ୩୬୮, କଟକରୁ ୨୩୦, ଯାଜପୁରରୁ ୧୯୫, ରାୟଗଡାରୁ ୧୮୭, ବରଗଡ଼ରୁ ୧୮୫, ବାଲେଶ୍ବରରୁ ୧୨୪, ପୁରୀରୁ ୧୨୨, ନୟାଗଡ଼ରୁ ୧୨୧, ମାଲକାନଗିରି ଓ ମୟୂରଭଞ୍ଜରୁ ୧୧୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କୋରାପୁଟରୁ ୧୦୭, ସୁନ୍ଦରଗଡ଼ରୁ ୧୦୪, ଭଦ୍ରକରୁ ୯୮, ଝାରସୁଗୁଡାରୁ ୮୯, କନ୍ଧମାଳରୁ ୮୮, ଜଗତସିଂହପୁରରୁ ୭୭, କେନ୍ଦୁଝରରୁ ୬୯, ସମ୍ବଲପୁରରୁ ୬୭, ଢେଙ୍କାନାଳରୁ ୬୬, ନବରଙ୍ଗପୁରରୁ ୪୭, ଗଜପତିରୁ ୪୩, କେନ୍ଦ୍ରାପଡାରୁ ୩୫, ନୂଆପଡାରୁ ୨୫, ବଲାଙ୍ଗୀର ଏବଂ କଳାହାଣ୍ଡିରୁ ୨୪ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁରରୁ ୨୩, ବୌଦ୍ଧରୁ ୮, ଦେବଗଡ଼ରୁ ୫ ଏବଂ ଅନୁଗୋଳରୁ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୮୭ ହଜାର ୩୫୧କୁ ବୃଦ୍ଧି ପାଇଛି।

Comments are closed.