ସୁସ୍ଥ ହେଲେ ଆଉ ୩୨୪ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୪ , ସୁନ୍ଦରଗଡ଼ରୁ ୩୧, ବାଲେଶ୍ବରରୁ ୨୬, ସମ୍ବଲପୁରରୁ ୨୫, ମୟୂରଭଞ୍ଜ ଓ ପୁରୀରୁ ୨୨ ଜଣ ଲେଖାଏଁ, ଅନୁଗୋଳରୁ ୨୦, ବରଗଡ଼ ଓ କଟକରୁ ୧୭ ଜଣ ଲେଖାଏଁ, ନୂଆପଡାରୁ ୧୧ ଏବଂ ଯାଜପୁରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୧୦, ଗଞ୍ଜାମରୁ ୮, ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ଝାରସୁଗୁଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ, କଳାହାଣ୍ଡିରୁ ୫, ନବରଙ୍ଗପୁରରୁ ୪, ବୌଦ୍ଧ, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଗଜପତିରୁ ୨, ମାଲକାନଗିରି, ରାୟଗଡା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ଏବଂ ‌ଷ୍ଟେଟ ପୁଲରୁ ୧୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

 

Comments are closed.