ସୁସ୍ଥ ହେଲେ ଆଉ ୩୨୪ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୯୭୨କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୯୭୨ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୬, ଅନୁଗୋଳରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡାରୁ ୧୭, ବାଲେଶ୍ବର ଓ ସମ୍ବଲପୁରରୁ ୧୪ ଜଣ ଲେଖାଁଏ, ମୟୂରଭଞ୍ଜରୁ ୧୩, କେନ୍ଦ୍ରାପଡାରୁ ୧୧ ଓ ବରଗଡ଼ରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁର ଓ ଯାଜପୁରରୁ ୧୦ ଜଣ ଲେଖାଏଁ, କଳାହାଣ୍ଡିରୁ ୯, ବଲାଙ୍ଗୀରରୁ ୮, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଦେବଗଡରୁ ୨, ଭଦ୍ରକ, କୋରାପୁଟ, ରାୟଗଡ଼ା ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୯୭୨ କୁ ବୃଦ୍ଧି ପାଇଛି।

 

Comments are closed.