ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ​୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୪୭, ମୟୂରଭଞ୍ଜରୁ ୨୮୧, କଟକରୁ ୨୭୫, ବରଗଡ଼ରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ଓ କୋରାପୁଟରୁ ୧୧୨ ଜଣ ଲେଖାଏଁ, ପୁରୀରୁ ୧୦୩ ଏବଂ ଝାରସୁଗୁଡାରୁ ୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନବରଙ୍ଗପୁର, ନୂଆପଡା ଏବଂ ସୁନ୍ଦରଗଡ଼ରୁ ୭୯ ଜଣ ଲେଖାଏଁ, ସମ୍ବଲପୁରରୁ ୭୫, ଢେଙ୍କାନାଳ ଏବଂ ଅନୁଗୋଳରୁ ୬୯ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୫୯, ଭଦ୍ରକ ଓ ଜଗତସିଂହପୁରରୁ ୫୪ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୫୩, ବାଲେଶ୍ବର, ନୟାଗଡ଼ ଓ ବଲାଙ୍ଗୀରରୁ ୪୯ ଜଣ ଲେଖାଏଁ, କନ୍ଧମାଳରୁ ୩୬ ଏବଂ ମାଲକାନଗିରିରୁ ୨୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭  ଓ  ଦେବଗଡ଼ରୁ ୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି ।

Comments are closed.