ଆଉ ୩୧୦ କରୋନା ଅକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୦୦କୁ ବୃଦ୍ଧି

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରୁ ଆଉ ୩୧୦ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୦୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ​  ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ନୂଆପଡା ସର୍ବାଧିକ ୫୮ ଜଣ, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୨୬, ମୟୂରଭଞ୍ଜରୁ ୧୯, ବରଗଡ଼ ଓ ଗଞ୍ଜାମରୁ ୧୮ ଜଣ ଲେଖାଁଏ, କଟକ ଓ ସମ୍ବଲପୁରରୁ ୧୭ ଜଣ ଲେଖାଁଏ, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୩ ଏବଂ ବଲାଙ୍ଗୀରରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୯, ଯାଜପୁରରୁ ୭, ବାଲେଶ୍ବର, କୋରାପୁଟ, ପୁରୀ ଓ ରାୟଗଡାରୁ ୬ ଜଣ  ଲେଖାଁଏ, ସୁବର୍ଣ୍ଣପୁରରୁ ୪, ଭଦ୍ରକ, ନବରଙ୍ଗପୁର ଓ ନୟାଗଡରୁ ୩ ଜଣ ଲେଖାଁଏ, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୨  ଜଣ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୦୦ ରେ ପହଞ୍ଚିଛି ।

Comments are closed.