ସୁସ୍ଥ ହେଲେ ଆଉ ୨,୭୭୨ କରୋନା ଆକ୍ରାନ୍ତ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୮,୫୩୫

ଭୁବନେଶ୍ବର :  ରାଜ୍ୟରୁ ବୁଧବାର ଆଉ ୨,୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୮,୫୩୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡ଼ରୁ ୧୦୬, ବାଲେଶ୍ବରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮ ଏବଂ ବଲାଙ୍ଗୀରରୁ ୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୭୩, କେନ୍ଦୁଝର ଓ ସମ୍ବଲପୁର  ୭୨ ଜଣ ଲେଖାଏଁ, ମୟୂରଭଞ୍ଜରୁ ୬୮, ମାଲକାନଗିରିରୁ ୬୭, ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୁବର୍ଣ୍ଣପୁରରୁ ୫୯, ଝାରସୁଗୁଡା ୫୬, ନୟାଗଡ଼ରୁ ୫୫, ରାୟଗଡାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩ ଓ ଗଞ୍ଜାମରୁ ୩୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଢେଙ୍କାନାଳରୁ ୨୭ ବୌଦ୍ଧରୁ ୨୧ ଦେବଗଡ଼ରୁ ୧୮ ଓ ଷ୍ଟେଟ ପୁଲରୁ  ୮୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫କୁ ବୃଦ୍ଧି ପାଇଛି।

Comments are closed.