ସୁସ୍ଥ ହେଲେ ଆଉ ୨୭୧୬ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୨୭୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୫୪,୯୧୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮୬, ସୁନ୍ଦରଗଡ଼ରୁ ୨୦୬, ଅନୁଗୋଳରୁ ୨୦୧, ମୟୂରଭଞ୍ଜରୁ ୧୫୬, କଟକରୁ ୧୧୯, ନୂଆପଡାରୁ ୧୦୬, ବଲାଙ୍ଗୀରରୁ ୧୦୫, ବରଗଡ଼ରୁ ୧୦୦, ସମ୍ବଲପୁର ୯୮, ଯାଜପୁରରୁ ୯୪ ଓ କେନ୍ଦ୍ରାପଡାରୁ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡା ୭୦, ଢେଙ୍କାନାଳରୁ ୬୬, ପୁରୀରୁ ୬୫, କଳାହାଣ୍ଡିରୁ ୬୧,  ଭଦ୍ରକରୁ ୫୮, ଜଗତସିଂହପୁରରୁ ୫୬, ବାଲେଶ୍ବର ଓ ନବରଙ୍ଗପୁରରୁ ୪୮ ଜଣ ଲେଖାଏଁ, ମାଲକାନଗିରି ଓ ସୁବର୍ଣ୍ଣପୁରରୁ ୪୫ ଜଣ ଲେଖାଏଁ, କେନ୍ଦୁଝରରୁ ୩୯,  କନ୍ଧମାଳରୁ ୩୮, ଗଞ୍ଜାମରୁ ୩୪, ନୟାଗଡ଼ରୁ ୩୦, କୋରାପୁଟରୁ ୨୯  ଓ ରାୟଗଡାରୁ ୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ରୁ ୧୬, ଗଜପତିରୁ ୮, ବୌଦ୍ଧରୁ ୫ ଓ ଷ୍ଟେଟ ପୁଲରୁ  ୮୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ, ୫୪ ହଜାର ୯୧୩କୁ ବୃଦ୍ଧି ପାଇଛି।

Comments
Loading...