ଆଉ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୦୩କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୦୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି କଟକରୁ ସର୍ବାଧିକ ୪୧, ଅନୁଗୋଳରୁ ୩୧, ସମ୍ବଲପୁରରୁ ୨୬, ନୂଆପଡାରୁ ୨୧, ସୁନ୍ଦରଗଡ଼ରୁ ୧୯, ବାଲେଶ୍ବର, ଯାଜପୁର ଓ ମୟୂରଭଞ୍ଜରୁ ୧୫ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡା ଓ ଖୋର୍ଦ୍ଧାରୁ ୧୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୧୩, କେନ୍ଦ୍ରାପଡାରୁ ୧୦, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, କଳାହାଣ୍ଡି, ନୟାଗଡ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ, ମାଲକାନଗିରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୦୩କୁ ବୃଦ୍ଧି ପାଇଛି।

Comments are closed.