ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ : ​ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୭ ହଜାର ନିକଟତର

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ​ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୬,୯୨୪କୁ ବୃଦ୍ଧି ପାଇଛି। କ୍ରମାଗତ ୨ଦିନ ଧରି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୪୨୮, ବାଲେଶ୍ବରରୁ ୨୭୬, ଗଞ୍ଜାମରୁ ୨୩୭, କଟକରୁ ୧୫୨ ଏବଂ ରାୟଗଡାରୁ ୧୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼ରୁ ୯୬, ବଲାଙ୍ଗୀରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦,ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡ଼ ଓ ଜଗତସିଂହପୁରରୁ ୫୩ ଜଣ ଲେଖାଏଁ, ମାଲକାନଗିରିରୁ ୫୨ ଓ ଗଜପତିରୁ ୪୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡାରୁ ୨୨, ଦେବଗଡ଼ ଓ କେନ୍ଦୁଝରରୁ ୧୯ ଜଣ ଲେଖାଏଁ, ଝାରସୁଗୁଡାରୁ ୧୮, ଅନୁଗୋଳରୁ ୩ ଏବଂ ବୌଦ୍ଧରୁ ଜଣେ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭ ହଜାର ନିକଟତର ହୋଇଛି।

Comments are closed.