ଆଉ ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୫ ହଜାର ଟପିଲା

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୨୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୫ ହଜାର ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୩୫, ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯,ବାଲେଶ୍ବରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫ ଏବଂ ସୁନ୍ଦରଗଡ଼ରୁ ୭୨ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ସମ୍ବଲପୁରରୁ ୬୪, ବଲାଙ୍ଗୀରରୁ ୫୧, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୪୭, ଭଦ୍ରକରୁ ୪୩, ଝାରସୁଗୁଡାରୁ ୪୨, ସୁବର୍ଣ୍ଣପୁରରୁ ୩୮, ବରଗଡ଼ରୁ ୩୬, ନୟାଗଡ଼ରୁ ୩୩, ବୌଦ୍ଧରୁ ୩୧, ଢେଙ୍କାନାଳ ଓ କେନ୍ଦୁଝରରୁ ୩୦ ଜଣ ଲେଖାଏଁ, କେନ୍ଦ୍ରାପଡା ଓ ରାୟଗଡାରୁ ୨୫ ଜଣ ଲେଖାଏଁ ଏବଂ ଜଗତସିଂହପୁରରୁ ୧୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ନବରଙ୍ଗପୁରରୁ ୧୧, ଅନୁଗୋଳରୁ ୫, ଦେବଗଡ଼ ଏବଂ ନୂଆପଡାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୬୫ ହଜାର ୩୨୩କୁ ବୃଦ୍ଧି ପାଇଛି।

Comments are closed.