ସୁସ୍ଥ ହେଲେ ଆଉ ୨୩୦ କରୋନା ଆକ୍ରାନ୍ତ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ଟପିଲା

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୨୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୧, ଅନୁଗୋଳରୁ ୩୦, ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୧୭ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୪, ବାଲେଶ୍ବର ଓ ସମ୍ବଲପୁରରୁ ୧୩ ଜଣ ଲେଖାଏଁ, କଟକ, ଯାଜପୁର ଓ କେନ୍ଦ୍ରାପଡାରୁ ୧୨ ଜଣ ଲେଖାଏଁ ଏବଂ ନୂଆପଡାରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଝାରସୁଗୁଡାରୁ ୯, ବରଗଡ଼ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩,  କଳାହାଣ୍ଡିରୁ ୨, ଭଦ୍ରକ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୁଲରୁ ୮ ଜଣ  କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି ପାଇଛି।

Comments are closed.